ଜିଓଗ୍ରୀନ୍

ଜିଓଗ୍ରୀନ୍ କୌଣସି ମାମୁଲି ଜୈବିକ ଖତ ନୁହେଁ । ଆପଣଙ୍କ ମାଟିକୁ ନବଜୀବନ ପ୍ରଦାନ କରିବାର ଲକ୍ଷ୍ୟ ନେଇ ଡିଜାଇନ୍ ହୋଇଥିବା ଏହା ଏକ ବିଜ୍ଞାନ ଜଗତର ସଫଳତା ଅଟେ । ସୁସ୍ଥ ମାଟିର ମୂଳଦୁଆ ଜୈବିକ କାର୍ବନରେ ସମୃଦ୍ଧ ଜିଓଗ୍ରୀନ୍ ପତିତ ଜମିଗୁଡ଼ିକରେ ନୂଆ ପ୍ରାଣଶକ୍ତି ସଞ୍ଚାରିତ କରିଥାଏ । କାର୍ବନ ଓ ନାଇଟ୍ରୋଜେନର ପର୍ଫେକ୍ଟ ୧୦:୧ ଅନୁପାତ ସହିତ ଏହା ହୃଷ୍ଟପୁଷ୍ଟ ଅମଳ ପାଇଁ ଆପଣଙ୍କ ଫସଲ ଆବଶ୍ୟକ କରୁଥିବା ସବୁଠାରୁ ଉପଯୁକ୍ତ ପୋଷଣ ଯୋଗାଇବାକୁ ଏହା ସୁନିଶ୍ଚିତ କରିଥାଏ ।

ଏହାର ଅନନ୍ୟ ଫର୍ମୁଲା pH ସ୍ତରକୁ ନିୟନ୍ତ୍ରଣ କରିବା ସହିତ ମାଟିର ସଂରଚନାକୁ ଉନ୍ନତ କରିଥାଏ ଏବଂ ତାହାର ଜଳ ଓ ପୋଷକତତ୍ତ୍ୱ ଧାରଣ କ୍ଷମତାକୁ ବୃଦ୍ଧି କରିଥାଏ । ଏହି ବ୍ୟାପକ ପନ୍ଥା ଆପଣଙ୍କ ମାଟିର ଲୁକ୍କାୟିତ ସାମର୍ଥ୍ୟକୁ ବନ୍ଧନମୁକ୍ତ କରିଥାଏ ଏବଂ ଆପଣଙ୍କ ଫସଲକୁ ପୋଷଣ ଯୋଗାଇବା ନିମନ୍ତେ ତାହାର ସାମର୍ଥ୍ୟକୁ ଅଧିକତମ କରିଥାଏ । ବିଜ୍ଞାନ ଦ୍ୱାରା ଶକ୍ତିପ୍ରାପ୍ତ ମୂଲ୍ୟ ସମ୍ବର୍ଦ୍ଧିତ କଞ୍ଚା ସାମଗ୍ରୀ ଏବଂ ଉପକାରୀ ଅଣୁଜୀବଙ୍କ ସମ୍ମିଶ୍ରଣରୁ ପ୍ରସ୍ତୁତ ଆମର ନିଜସ୍ୱ ମାଲିକାନାଧୀନ ମିଶ୍ରଣ ଆପଣଙ୍କ ମାଟି ମଧ୍ୟରେ ପ୍ରାକୃତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ ।

ଜିଓଗ୍ରୀନ୍ କେବଳ ଯେ ଏକ ମାଟି ସଂଶୋଧନକାରକ ପ୍ରସ୍ତୁତି ତାହା ନୁହେଁ; ବରଂ ଏହା ମାଟିର ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଉଦ୍ଦିଷ୍ଟ ଏକ ବୈପ୍ଳବିକ ଉତ୍ପାଦ ଅଟେ, ଯାହା ଆପଣଙ୍କୁ ଅମଳରେ ପ୍ରାଚୁର୍ଯ୍ୟତା ହାସଲ କରିବାରେ ସଶକ୍ତ ଓ ସମର୍ଥ କରିଥାଏ।

ଫସଲର ବର୍ଗକ୍ରମିକ ସୁପାରିସ ତଳେ ଦିଆଯାଇଛି:

ଫସଲର ମାତ୍ରା
କିଗ୍ରା / ଏକର ବସ୍ତା (୫୦ କିଗ୍ରା) / ଏକର
ଶସ୍ୟଜାତୀୟ ଫସଲ (ଧାନ, ଗହମ, ମକା, ସୋରଗମ୍ ଇତ୍ୟାଦି), ଡାଲି (ମସୁର, ବିରି, ମୁଗ ଇତ୍ୟାଦି) ଏବଂ ତୈଳବୀଜ (ଚିନାବାଦାମ, ସୋୟାବିନ୍, ରାଶି, ସୋରିଷ, ମେନ୍ଥା ଇତ୍ୟାଦି) ୫୦୦ ୧୦
ପିଆଜ, ଧନିଆ ଏବଂ ପନିପରିବା (ବିଲାତି ବାଇଗଣ, ଲଙ୍କା, ଗାଜର, ମୂଳା, ଭେଣ୍ଡି, ବାଇଗଣ, କ୍ୟାପସିକମ୍, ବନ୍ଧାକୋବି, ଫୁଲକୋବି, ମଟର ଇତ୍ୟାଦି) ୫୦୦ ୧୦
ଅଦା, ହଳଦୀ, ଆଳୁ, ତମାଖୁ, ସପୁରି, ତରଭୁଜ ୧୦୦୦ ୨୦
ଫଳଜାତୀୟ ଫସଲ (ସେଓ, ଅଙ୍ଗୁର, କଦଳୀ, ଲେମ୍ବୁ, ଆମ୍ବ, ଲିଚି, ନାସପାତି, ପିଜୁଳି, ଅମୃତଭଣ୍ଡା, ଡାଳିମ୍ବ ଇତ୍ୟାଦି) ୧୦୦୦ - ୧୨୦୦ ୨୦ ରୁ ୨୪
ଉଦ୍ୟାନ ଫସଲ (ଗୁଆ, ଗୁଜୁରାତି, ରବର୍, କଫି, ଚା’ ଇତ୍ୟାଦି) ଏବଂ ଆଖୁ ୧୫୦୦ ୩୦

ନିଜ ଚାଷଜମିର ସାମର୍ଥ୍ୟକୁ ବନ୍ଧନମୁକ୍ତ କରନ୍ତୁ: ଜିଓଗ୍ରୀନ୍ ଏବଂ ରାଲିଗୋଲ୍ଡର ସହକ୍ରିୟା

ଜିଓଗ୍ରୀନ୍ ଏବଂ ରାଲିଗୋଲ୍ଡ, ଏକତ୍ରିତ ଭାବେ ଆପଣଙ୍କ ଚାଷଜମିର ପ୍ରକୃତ ସାମର୍ଥ୍ୟକୁ ବନ୍ଧନମୁକ୍ତ କରିବାରେ ସହାୟକ ହୋଇଥାଏ ।

ଜିଓଗ୍ରୀନ୍ ଆପଣଙ୍କ ମାଟିକୁ ସମୃଦ୍ଧ କରିଥାଏ ଓ ସୁସ୍ଥ ଅଭିବୃଦ୍ଧି ପାଇଁ ତାହାକୁ ସର୍ବୋପଯୁକ୍ତ ମୂଳଦୁଆ ପ୍ରଦାନ କରିଥାଏ ।

ରାଲିଗୋଲ୍ଡ ଉତ୍ତମ ଚେରଧାରଣ ଏବଂ ଫସଲ ବିକାଶକୁ ପ୍ରୋତ୍ସାହିତ କରିଥାଏ, ଏବଂ ବହୁମୁଖୀ ଲାଭ ଆଡ଼କୁ ବାଟ କଢ଼ାଇଥାଏ:

  • ମାଟିର ସ୍ୱାସ୍ଥ୍ୟ ଏବଂ ଅଣୁଜୀବଙ୍କ କ୍ରିୟାକୁ ଉନ୍ନତ କରିଥାଏ
  • ସାର ଉପଯୋଗ ଦକ୍ଷତା ଏବଂ ଜଳଧାରଣ ସାମର୍ଥ୍ୟକୁ ଉନ୍ନତ କରିଥାଏ
  • ଦେଇଥାଏ ଅଧିକ ସୁଦୃଢ଼ ଫସଲ, ଯାହା ଉଭୟ ପରିବେଶୀୟ ଏବଂ ଜୈବିକ ଚାପକୁ ସକ୍ଷମ କରିବାରେ ସକ୍ଷମ ହୋଇଥାନ୍ତି
  • ଆପଣଙ୍କ ଅମଳର ଗୁଣବତ୍ତାକୁ ଉନ୍ନତ କରିବା ସହିତ ପରିମାଣକୁ ବର୍ଦ୍ଧିତ କରିଥାଏ

ପ୍ରିୟ ଚାଷୀବନ୍ଧୁ, ଅଭିନବତା ଏବଂ ଚିରପୋଷଣକ୍ଷମତାକୁ ଆପଣାନ୍ତୁ । ଜିଓଗ୍ରୀନ୍ ଏବଂ ରାଲିଗୋଲ୍ଡ ଆପଣଙ୍କ ମାଟି ଓ ଚେରଗୁଡ଼ିକର ରକ୍ଷକ ଅଟନ୍ତି, ଯେଉଁମାନେ ଅମଳରେ ପ୍ରାଚୁର୍ଯ୍ୟତା ଏବଂ ଏକ ଅଧିକ ସବୁଜ ଭବିଷ୍ୟତ ଆଡ଼କୁ ଆପଣଙ୍କର ବାଟ କଢ଼ାଇଥାନ୍ତି ।

ଏକ ଅଧିକ ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଆମ ସହିତ ଯୋଗ ଦିଅନ୍ତୁ । ଆସନ୍ତୁ, ଆମକୁ ପୁଷ୍ଟି ଯୋଗାଉଥିବା ଭୂମିକୁ ପୋଷଣ ଯୋଗାଇବା ଏବଂ ପିଢ଼ି ପିଢ଼ି ପାଇଁ ପ୍ରାଚୁର୍ଯ୍ୟତା ଓ ସମୃଦ୍ଧିର ବୀଜ ବୁଣିବା ।

ନିଜର ମାଟିକୁ ସଶକ୍ତ କରନ୍ତୁ । ଚେରଗୁଡ଼ିକୁ ଉନ୍ନତ କରନ୍ତୁ । ଜିଓଗ୍ରୀନ୍ ଏବଂ ରାଲିଗୋଲ୍ଡ ସହିତ ସମୃଦ୍ଧ ହୁଅନ୍ତୁ ।

icon ଏବେ ହିଁ ଅନୁସନ୍ଧାନ କରନ୍ତୁ ।