ରାଲିଗୋଲ୍ଡର ଭୂମିକା କେବଳ ବାୟୋଫର୍ଟିଲାଇଜର୍ ବା ଜୈବସାର ମଧ୍ୟରେ ସୀମିତ ନୁହେଁ; ଏହା ଆପଣଙ୍କ ଫସଲର ଚାମ୍ପିୟନ୍ ଅଟେ । ଏକ ଶକ୍ତିଶାଳୀ ପ୍ରାକୃତିକ ଉପାଦାନ ମାଇକୋରିଜାରେ ଭରପୁର ରାଲିଗୋଲ୍ଡ ଅଭିବୃଦ୍ଧିର ପ୍ରହରୀ ଭାବେ କାମ କରିଥାଏ ।
ମାଇକୋରିଜା ମାଟିର ଲୁକ୍କାୟିତ ଗୁଣକୁ ବନ୍ଧନମୁକ୍ତ କରିଥାଏ ଏବଂ ଆପଣଙ୍କ ଫସଲକୁ ପାଣି ଓ ପୋଷକତତ୍ତ୍ୱ ପ୍ରତି ଶ୍ରେୟସ୍କର ପହଞ୍ଚ ଯୋଗାଇଥାଏ, ବିଶେଷକରି ଫସଫରସ୍ ପ୍ରତି, ଅନ୍ୟଥା ଗଛଗୁଡ଼ିକ ଏହି ପୋଷକତତ୍ତ୍ୱକୁ ସାଧାରଣ ଭାବେ ପାଇପାରି ନ ଥାନ୍ତି । ଏହାର ଫଳସ୍ୱରୂପ ଏକ ଅଧିକ ମଜବୁତ ଏବଂ ଅଧିକ ସୁସ୍ଥ ଫସଲ ବୃଦ୍ଧି ସୁନିଶ୍ଚିତ ହୁଏ ।
ଆପଣଙ୍କ ଫସଲର ପୋଷକତତ୍ତ୍ୱ ଏବଂ ଜଳ ଅନ୍ତଃଗ୍ରହଣର ସାମର୍ଥ୍ୟକୁ ବୃଦ୍ଧି କରି, ରାଲିଗୋଲ୍ଡ ସେମାନଙ୍କୁ ପରିବେଶୀୟ (ଏବାୟୋଟିକ୍) ଏବଂ ଜୈବିକ (ବାୟୋଟିକ୍) ଚାପକୁ ସହନ କରିବାରେ ସାହାଯ୍ୟ କରିଥାଏ ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ହୃଷ୍ଟପୁଷ୍ଟ ହୋଇ ବଢ଼ିବାରେ ସାହାଯ୍ୟ କରିଥାଏ ।
ରାଲିଗୋଲ୍ଡ ଜିଆର୍ ପାଇଁ ଫସଲ ବର୍ଗ କ୍ରମିକ ସୁପାରିସ:
ଫସଲ | ପ୍ରୟୋଗର ସମୟ | ଏକର ପିଛା ହାର (କିଗ୍ରା/ଏକର) |
ଧାନ | ପ୍ରତିରୋପିତ: ୧୦ ରୁ ୧୫ ଡିଏଟି ଆର୍ଦ୍ର ଓ ଶୁଷ୍କ ଡିଏସ୍ଆର୍: ୨୦ ରୁ ୨୫ ଡିଏଏସ୍ |
୪ |
ବିଲାତି ବାଇଗଣ, ଲଙ୍କା, ଆଳୁ, କପା, ମକା, ଗହମ, ପିଆଜ, ରସୁଣ, ସୋୟାବିନ୍ ଏବଂ ତୈଳବୀଜ ଓ ଡାଲି ତଥା ଅନ୍ୟାନ୍ୟ ପନିପରିବା | ପ୍ରତିରୋପଣ କିମ୍ବା ବୁଣିବାର ଠିକ୍ ପୂର୍ବରୁ | ୪ |
ଆଖୁ, ଅଦା, ହଳଦୀ, କଦଳୀ (ପିଟ୍ସ) | ଶେଷ ଜମି ପ୍ରସ୍ତୁତି | ୮ |
ଅଙ୍ଗୁର, ଡାଳିମ୍ବ, ଗୁଆ, ଲେମ୍ବୁ | ଅର୍ଗାନିକ୍ ଖତ ସହିତ | ୮ |
ସେଓ | ଫେବୃଆରୀ / ମାର୍ଚ୍ଚ | ୮ |
ରାଲିଗୋଲ୍ଡ ଏସପି ନିମନ୍ତେ ଫସଲ ବର୍ଗ କ୍ରମିକ ସୁପାରିସ:
ପ୍ରୟୋଗର ପଦ୍ଧତି | ସୁପାରିସଯୋଗ୍ୟ ଫସଲ | ମାତ୍ରା | ପ୍ରୟୋଗର ସମୟ |
ବିହନ ଉପଚାର | କପା | କିଗ୍ରା ପିଛା ୧୦ ଗ୍ରାମ୍ | ବୁଣିବା ପୂର୍ବରୁ |
ତଳି ବୁଡ଼ା | ପନିପରିବା (ବିଲାତି ବାଇଗଣ, ଲଙ୍କା, କ୍ୟାପସିକମ୍, ବାଇଗଣ, ବନ୍ଧାକୋବି, ଫୁଲକୋବି ଇତ୍ୟାଦି), ଧାନ | ଏକ ଲିଟର ପାଣିରେ ୫-୧୦ ଗ୍ରାମ୍ | ପ୍ରତିରୋପଣ ପୂର୍ବରୁ |
ଓଦା କରିବା | ପନିପରିବା (ବିଲାତି ବାଇଗଣ, ଲଙ୍କା, କ୍ୟାପସିକମ୍, ବାଇଗଣ, ବନ୍ଧାକୋବି, ଫୁଲକୋବି ଇତ୍ୟାଦି) କଖାରୁଜାତୀୟ (ତରଭୁଜ, ଖରବୁଜ, କାକୁଡ଼ି, କଖାରୁ ଇତ୍ୟାଦି) |
ଏକର ପିଛା ୧୫୦ ଗ୍ରାମ୍ | ଫୁଲି ଆସିବା ପୂର୍ବରୁ / ଆବଶ୍ୟକତା ଆଧାରରେ |
ବୁନ୍ଦା ଜଳସେଚନ | ଅଙ୍ଗୁର | ଏକର ପିଛା ୧୫୦ ଗ୍ରାମ୍ | ୧ମ ପ୍ରୟୋଗ କାଟଛାଟ (ପ୍ରୁନିଂ)ର ୧୦-୧୫ ଦିନ ପରେ ୨ୟ ପ୍ରୟୋଗ କାଟଛାଟ (ପ୍ରୁନିଂ)ର ୫୦-୬୦ ଦିନ ପରେ |
ବୁନ୍ଦା ଜଳସେଚନ | ଡାଳିମ୍ବ | ଏକର ପିଛା ୧୫୦ ଗ୍ରାମ୍ | ୧ମ ପ୍ରୟୋଗ ୧ମ ଜଳସେଚନର ୧୦-୧୫ ଦିନ ପରେ ୨ୟ ପ୍ରୟୋଗ ୧ମ ଜଳସେଚନର ୫୦-୬୦ ଦିନ ପରେ |
କଦଳୀ | ଏକର ପିଛା ୨୦୦ ଗ୍ରାମ୍ | ୧ମ ପ୍ରୟୋଗ ପ୍ରତିରୋପଣର ୧୦-୧୫ ଦିନ ପରେ ୨ୟ ପ୍ରୟୋଗ ପ୍ରତିରୋପଣର ୯୦-୯୫ ଦିନ ପରେ |
|
ବିଲାତି ବାଇଗଣ | ଏକର ପିଛା ୧୫୦ ଗ୍ରାମ୍ | ୧ମ ପ୍ରୟୋଗ ପ୍ରତିରୋପଣର ୧୦-୧୫ ଦିନ ପରେ ୨ୟ ପ୍ରୟୋଗ ପ୍ରତିରୋପଣର ୫୦-୬୦ ଦିନ ପରେ |
|
ବୁନ୍ଦା ଜଳସେଚନ | ତରଭୁଜ/ଖରବୁଜ | ଏକର ପିଛା ୧୦୦ ଗ୍ରାମ୍ | ୧ମ ପ୍ରୟୋଗ ବୁଣିବାର ୧୦-୧୫ ଦିନ ପରେ ୨ୟ ପ୍ରୟୋଗ ବୁଣିବାର ୩୫-୪୦ ଦିନ ପରେ |
ଆଖୁ | ଏକର ପିଛା ୧୫୦-୨୦୦ ଗ୍ରାମ୍ | ୧ମ ପ୍ରୟୋଗ ରୋପଣର ୧୦-୧୫ ଦିନ ପରେ ୨ୟ ପ୍ରୟୋଗ ରୋପଣର ୫୦-୬୦ ଦିନ ପରେ |
|
ଫୋଲିଆର୍ ସ୍ପ୍ରେ | ଲଙ୍କା, କ୍ୟାପସିକମ୍, ବାଇଗଣ | ଏକର ପିଛା ୧୦୦ ଗ୍ରାମ୍ | ପ୍ରତିରୋପଣର ୪୦-୪୫ ଦିନ ପରେ |
ଫୋଲିଆର୍ ସ୍ପ୍ରେ | କଖାରୁ | ଏକର ପିଛା ୧୦୦ ଗ୍ରାମ୍ | ବୁଣିବାର ୩୦-୩୫ ଦିନ ପରେ |
ଜିଓଗ୍ରୀନ୍ ଏବଂ ରାଲିଗୋଲ୍ଡ, ଏକତ୍ରିତ ଭାବେ ଆପଣଙ୍କ ଚାଷଜମିର ପ୍ରକୃତ ସାମର୍ଥ୍ୟକୁ ବନ୍ଧନମୁକ୍ତ କରିବାରେ ସହାୟକ ହୋଇଥାଏ ।
ଜିଓଗ୍ରୀନ୍ ଆପଣଙ୍କ ମାଟିକୁ ସମୃଦ୍ଧ କରିଥାଏ ଓ ସୁସ୍ଥ ଅଭିବୃଦ୍ଧି ପାଇଁ ତାହାକୁ ସର୍ବୋପଯୁକ୍ତ ମୂଳଦୁଆ ପ୍ରଦାନ କରିଥାଏ ।
ରାଲିଗୋଲ୍ଡ ଉତ୍ତମ ଚେରଧାରଣ ଏବଂ ଫସଲ ବିକାଶକୁ ପ୍ରୋତ୍ସାହିତ କରିଥାଏ, ଏବଂ ବହୁମୁଖୀ ଲାଭ ଆଡ଼କୁ ବାଟ କଢ଼ାଇଥାଏ:
ପ୍ରିୟ ଚାଷୀବନ୍ଧୁ, ଅଭିନବତା ଏବଂ ଚିରପୋଷଣକ୍ଷମତାକୁ ଆପଣାନ୍ତୁ । ଜିଓଗ୍ରୀନ୍ ଏବଂ ରାଲିଗୋଲ୍ଡ ଆପଣଙ୍କ ମାଟି ଓ ଚେରଗୁଡ଼ିକର ରକ୍ଷକ ଅଟନ୍ତି, ଯେଉଁମାନେ ଅମଳରେ ପ୍ରାଚୁର୍ଯ୍ୟତା ଏବଂ ଏକ ଅଧିକ ସବୁଜ ଭବିଷ୍ୟତ ଆଡ଼କୁ ଆପଣଙ୍କର ବାଟ କଢ଼ାଇଥାନ୍ତି ।
ଏକ ଅଧିକ ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଆମ ସହିତ ଯୋଗ ଦିଅନ୍ତୁ । ଆସନ୍ତୁ, ଆମକୁ ପୁଷ୍ଟି ଯୋଗାଉଥିବା ଭୂମିକୁ ପୋଷଣ ଯୋଗାଇବା ଏବଂ ପିଢ଼ି ପିଢ଼ି ପାଇଁ ପ୍ରାଚୁର୍ଯ୍ୟତା ଓ ସମୃଦ୍ଧିର ବୀଜ ବୁଣିବା ।
ନିଜର ମାଟିକୁ ସଶକ୍ତ କରନ୍ତୁ । ଚେରଗୁଡ଼ିକୁ ଉନ୍ନତ କରନ୍ତୁ । ଜିଓଗ୍ରୀନ୍ ଏବଂ ରାଲିଗୋଲ୍ଡ ସହିତ ସମୃଦ୍ଧ ହୁଅନ୍ତୁ ।