ଭାରତର ଗ୍ରାମୀଣ କେନ୍ଦ୍ରସ୍ଥଳ, ଯେଉଁଠି ‘‘ମାଟି’’ କୃଷିର ଜୀବନରେଖା ଅଟେ, ସେଠାରେ ଏକ ନୀରବ ସଙ୍କଟ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି - ତାହା ହେଉଛି ନିରନ୍ତର ଭାବେ ଏହି ମୂଲ୍ୟବାନ୍ ପ୍ରାକୃତିକ ସମ୍ପଦର ମାନ ଅବକ୍ଷୟପ୍ରାପ୍ତ ହେବା । ମୃତ୍ତିକା ବା ମାଟିକୁ ବାସ୍ତବରେ ‘‘ଆଭ୍ୟନ୍ତରୀଣ ଜୀବନର ଆତ୍ମା’’ ଭାବେ ନାମିତ କରାଯାଇଥାଏ । ତେଣୁ, ମାଟି ସ୍ୱାସ୍ଥ୍ୟର ସଂରକ୍ଷଣ କରିବା ଏବଂ ଆମର ପରବର୍ତ୍ତୀ ପିଢ଼ିଙ୍କୁ ଉତ୍ତମ ଗୁଣମାନର ମାଟି ହସ୍ତାନ୍ତ କରିବା ଆମର ରାଷ୍ଟ୍ରୀୟ କର୍ତ୍ତବ୍ୟ ଅଟେ । ପର୍ଯ୍ୟାପ୍ତ ମାତ୍ରାରେ ଜୈବିକ ଖତ ଏବଂ ବାୟୋଲୋଜିକାଲ୍ସ ପ୍ରୟୋଗର ଅଭାବ ଏବଂ ଅସନ୍ତୁଳିତ ପୋଷକତତ୍ତ୍ୱ ପ୍ରୟୋଗ ଅଭ୍ୟାସ ମୃତ୍ତିକା ସ୍ୱାସ୍ଥ୍ୟରେ ଅବନତି ଘଟିବାର ପ୍ରାଥମିକ କାରଣ ଅଟେ । ସମୟ ସହିତ ସାର ପ୍ରୟୋଗ ପ୍ରତି ପ୍ରତିକ୍ରିୟା କମିବା, ଫସଲ ପାଇଁ ଅଧିକ ପରିମାଣରେ ଜଳସେଚନ ଆବଶ୍ୟକ ହେବା ଏବଂ ଜିଆଙ୍କ ସଂଖ୍ୟା ହ୍ରାସିତ ହେବା ଦୋଦୁଲ୍ୟମାନ ମୃତ୍ତିକା ରସାୟନ, ଭୌତିକ ଏବଂ ଜୈବିକ ସ୍ୱାସ୍ଥ୍ୟର କେତେକ ସାଧାରଣ ସୂଚକ ହୋଇଥାଏ ।
ଅନ୍ୟପକ୍ଷରେ, ଆମ ରାଷ୍ଟ୍ରର ଖାଦ୍ୟ ଏବଂ ପୋଷଣଗତ ସୁରକ୍ଷାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଗୁଣବତ୍ତାଯୁକ୍ତ ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି । ତେଣୁ, ପୋଷକତତ୍ତ୍ୱର ଯୋଗାଣ କରିବା ଏବଂ କୃଷି କ୍ଷେତ୍ରରେ ଚିରସ୍ଥାୟୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାର ମୂଳଦୁଆ ଭାବେ ଏକ ସୁସ୍ଥ ଏବଂ ପ୍ରାଣବନ୍ତ ମୃତ୍ତିକାର ଆବଶ୍ୟକତା ରହିଛି । କ୍ଷୟଶୀଳ ମୃତ୍ତିକା ସ୍ୱାସ୍ଥ୍ୟ ଫସଲ ଉତ୍ପାଦନର ଗୁଣବତ୍ତାକୁ ପ୍ରଭାବିତ କରିବା ସହିତ ଚାଷୀମାନଙ୍କ ଆୟ ହ୍ରାସ କରୁଛି । ପ୍ରତ୍ୟେକ ବୀଜ ଏବଂ ପ୍ରତ୍ୟେକ ଅଙ୍କୁରିତ ଚେର ଏକ ଅଧିକ ସୁସ୍ଥ ଫସଲର ପ୍ରତିଶ୍ରୁତି ଧାରଣ କରିଥାଏ ଏବଂ ସମନ୍ୱିତ ଉଦ୍ଭିଦ ପୋଷକ ତତ୍ତ୍ୱ ପରିଚାଳନା (ଆଇପିଏନ୍ଏମ୍) ସେହି ପ୍ରତିଶ୍ରୁତିକୁ ପୂରଣ କରିବାର ଏକମାତ୍ର ଚିରସ୍ଥାୟୀ ରଣନୀତି ଅଟେ । ‘ଅର୍ଗାନିକ୍ ଫର୍ଟିଲାଇଜର୍’ ଏବଂ ‘ବାୟୋ-ଫର୍ଟିଲାଇଜର୍’ ଉକ୍ତ ରଣନୀତିର ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ - ଯାହା ମାଟିର ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ ଏବଂ ସେହି ମାଟିରେ ଚେରର ସୁସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ । ଅର୍ଗାନିକ୍ କାର୍ବନ୍ ମାଟି ସ୍ୱାସ୍ଥ୍ୟ ଉନ୍ନତିର ଆଧାରଶିଳା ଅଟେ - ଏହା ମାଟିର ସଂରଚନାରେ ସ୍ଥିରତା ଆଣିଥାଏ, ଜଳ ଧାରଣ ଏବଂ ସଞ୍ଚାରଣ ଗୁଣକୁ ଉନ୍ନତ କରିଥାଏ ମାଟିର pH ସ୍ତରକୁ ପାଖାପାଖି ନ୍ୟୁଟ୍ରାଲ୍ ଜୋନ୍ ରେ ସ୍ଥିର ରଖିଥାଏ, ମାଟିର ତାପମାତ୍ରାକୁ ଅତ୍ୟଧିକ ମାତ୍ରାରେ କମ୍ କିମ୍ବା ଅଧିକ ହେବାରୁ ସୁରକ୍ଷା ଦେଇଥାଏ, ଉପକାରୀ ଅଣୁଜୀବଙ୍କ ସଂଖ୍ୟାରେ ଉନ୍ନତି ଆଣିଥାଏ ଏବଂ ଉଦ୍ଭିଦ ପୋଷକତତ୍ତ୍ୱ ଉପଲବ୍ଧତାକୁ ବୃଦ୍ଧି କରିଥାଏ । ତେଣୁ, ଗୁଣବତ୍ତାଯୁକ୍ତ ଜୈବିକ ଖତର ଉପଲବ୍ଧତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ । ବାୟୋ-ଫର୍ଟିଲାଇଜର୍ ଉପଲବ୍ଧ ପୋଷକତତ୍ତ୍ୱଗୁଡ଼ିକର ଗତିଶୀଳତାରେ ଉନ୍ନତି ଆଣିଥାଏ ଏବଂ ସେମାନଙ୍କୁ ଉଦ୍ଭିଦକୁ ଖାଦ୍ୟ ଯୋଗାଉଥିବା ସୁସ୍ଥ ଚେର ପର୍ଯ୍ୟନ୍ତ ପହଞ୍ଚାଇଥାଏ ।
‘‘ବିଜ୍ଞାନ ଜରିଆରେ ଚାଷୀମାନଙ୍କ ସେବା’’ର ଆମର ଲକ୍ଷ୍ୟ ସହିତ ତାଳ ଦେଇ, ଏକ ସୁସ୍ଥ ମୃତ୍ତିକାରେ ସୁସ୍ଥ ଚେର ବଢ଼ାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ଦୁଇଟି ଅତ୍ୟନ୍ତ ଶକ୍ତିଶାଳୀ ସମାଧାନ ଗର୍ବର ସହିତ ଆପଣଙ୍କ ପାଇଁ ନେଇଆସିଛି । ଜିଓଗ୍ରୀନ୍® ଆମ ଦେଶର ଏକମାତ୍ର ପ୍ୟାଟେଣ୍ଟଯୁକ୍ତ ଏବଂ ବୈଜ୍ଞାନିକ ଭାବେ ସମୃଦ୍ଧ ଜୈବିକ ଖତ ଅଟେ, ଯାହା ଆପଣଙ୍କ ମାଟିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସୁନିଶ୍ଚିତ କରିବା ସହିତ ଆମର ସୁପାରିସ ଅନୁଯାୟୀ ଲଗାତର ବ୍ୟବହାର କଲେ ଦୀର୍ଘ ମିଆଦ ପାଇଁ ସେହି ସ୍ୱାସ୍ଥ୍ୟକୁ ବଜାୟ ରଖିଥଏ । ରାଲିଗୋଲ୍ଡ® ଏକ ଅନନ୍ୟ ଭାବେ ପ୍ରସ୍ତୁତ ମାଇକୋରିଝାଲ ବାୟୋ-ଫର୍ଟିଲାଇଜର୍ ଅଟେ, ଯାହା ଗଛକୁ ଖାଦ୍ୟ ଯୋଗାଉଥିବା ଚେର ପହଞ୍ଚିପାରୁ ନ ଥିବା ମାଟିରେ ଗଛଗୁଡ଼ିକ ପାଇଁ ଜଳ ଏବଂ ପୋଷକତତ୍ତ୍ୱର ବର୍ଦ୍ଧିତ ଉପଲବ୍ଧତାକୁ ସୁନିଶ୍ଚିତ କରିଥାଏ । ଚେରର ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଏହା ଅଭିବୃଦ୍ଧି କାରକଗୁଡ଼ିକରେ ସମୃଦ୍ଧି ଅଟେ । ନିଜ ଚାଷଜମିରେ ନୂଆ ଫସଲ ଆରମ୍ଭ କରିବା ସମୟରେ ଏହି ଦୁଇଟି ଉତ୍ପାଦକୁ ଏକାଠି ପ୍ରୟୋଗ କରିବାର ଅଭ୍ୟାସକୁ ଆପଣାନ୍ତୁ ଏବଂ ଏକ ଚିରପୋଷଣକ୍ଷମ ଏବଂ ସମୃଦ୍ଧ ଚାଷକାର୍ଯ୍ୟକୁ ଉପଭୋଗ କରନ୍ତୁ ।